Daily Update

ତାରିଖ ୦୭/୦୨/୨୪, ବୁଧବାର


୧-ଭୁବନେଶ୍ୱର:ଫେବୃୟାରୀରେ ଅସହ୍ୟ ତାତି,୩୩ ଡିଗ୍ରୀ ଛୁଇଁଲା ୧୩ ସହର।


୨-କୋଣାର୍କ:୧୬ରେ ମାଘ ସପ୍ତମୀ ବୁଡ଼,ଭୋର ୪ଟା ୩୪ରେ ଠାକୁରଙ୍କ ସ୍ନାନ ପରେ ବୁଡ଼ ପକାଇବେ ଶ୍ରଦ୍ଧାଳୁ।


୩-ଭୁବନେଶ୍ୱର:୨୦୨୫ ସୁଦ୍ଧା ସବୁ ପରିବାରକୁ ମିଳିଯିବ ବିଶୁଦ୍ଧ ପାଣି: ମନ୍ତ୍ରୀ।


୪-ବଜ୍ରପାତକୁ ପ୍ରାକୃତିକ ବିପର୍ଯ୍ୟୟ ଘୋଷଣା କରାଯାଉ: ରାଜ୍ୟ ସଭାରେ ମାନସ ମଙ୍ଗରାଜଙ୍କ ଦାବି।


୫-ବାଲିଚନ୍ଦ୍ରପୁର: ପ୍ରସିଦ୍ଧ ଓଳାଶୁଣି ଗୁମ୍ଫା ମେଳା ଆରମ୍ଭ,୨୦ ହଜାର ଦର୍ଶକଙ୍କ ସମାଗମ।


୬-ମାଲକାନଗିରି: Reels ନିଶା, ପାଣିରେ ଖସିପଡିଲେ ଦୁଇ ଯୁବତୀ,ଜୀବନ ବଞ୍ଚାଇଲେ ୨ ଡ୍ରାଇଭର।


୭-କଟକ: ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପ୍ରବେଶିକା ଫଳ ପ୍ରକାଶିତ।


୮-ନୂଆଦିଲ୍ଲୀ:୨୯ ଟଙ୍କାରେ ମିଳିବ ଚାଉଳ, ଆରମ୍ଭ ହେଲା ଭାରତ ରାଇସ୍ ବ୍ରାଣ୍ଡ।


୯-'ମୁଖ୍ୟମନ୍ତ୍ରୀ କଳାକାର ଯୋଜନା’ରେ ସାମିଲ ହେବେ ଆଉ ତିରିଶ ହଜାର କଳାକାର, ହିତାଧିକାରୀଙ୍କ ସଂଖ୍ୟା ୫୦ ହଜାରରୁ ବଢ଼ି ୮୦ ହଜାରକୁ ବୃଦ୍ଧି।


୧୦-କମିଶନରେଟ ପୋଲିସର ସ୍ପେଶାଲ ଡ୍ରାଇଭ ! ମଦ ପିଇ ଗାଡ଼ି ଚଳାଇଲେ ଫାଇନ୍ ନୁହେଁ ସିଧା ଗିରଫ।


୧୧-ଦେବବ୍ରତଙ୍କୁ ମିଳିବ ୧୦ମ ଜଗଦୀଶ କଥା ସମ୍ମାନ, ପ୍ରଜ୍ଞାପ୍ରବର୍ତ୍ତିକାଙ୍କୁ ‘ଜଗଦୀଶ ଯୁବ ସମ୍ମାନ’।


୧୨-ଭାରତ ଯୋଡ ନ୍ୟାୟ ଯାତ୍ରା ପାଇଁ ସୁନ୍ଦରଗଡ ଜିଲ୍ଲାରେ ରାହୁଲ ଗାନ୍ଧୀଙ୍କ ଦୁଇ ଦିନିଆ ରହଣି କାର୍ଯ୍ୟକ୍ରମ।


୧୩-ରେଭେନ୍ସା ବିଶ୍ୱବିଦ୍ୟାଳୟର ଭିତ୍ତିଭୂମି ବିକାଶ, ୨୫୦ କୋଟି ମଞ୍ଜୁର କଲେ ରାଜ୍ୟ ସରକାର।


୧୪-ଭୁବନେଶ୍ୱରରୁ ଅଯୋଧ୍ୟାକୁ ଗଡ଼ିଲା ସ୍ପେଶାଲ ଟ୍ରେନ୍‌, ଆସ୍ଥା ସ୍ପେଶାଲରେ ଅଯୋଧ୍ୟା ଗଲେ ୧୪୦୦ ରାମ ଭକ୍ତ।


୧୫-ଖୋର୍ଦ୍ଧା, ସୁଦର୍ଶନ ନଗର:ଟ୍ୟୁସନ ସାରଙ୍କ ଘରକୁ ବୋମାମାଡ଼, ଘଟଣାସ୍ଥଳରେ ପୁଲିସର ଛାନଭିନ ଆରମ୍ଭ।


୧୬-ମଧ୍ୟପ୍ରଦେଶର ହରଦାସ୍ଥିତ ବୈରାଗଡ଼ରେ ବାଣ କାରଖାନାରେ ଭୟଙ୍କର ବିସ୍ଫୋରଣ ପରେ ଅଗ୍ନିକାଣ୍ଡ ; ୭ ମୃତ, ୬୦ରୁ ଅଧିକ ଆହତ।


୧୭-୧୯ ବର୍ଷରୁ କମ ବିଶ୍ଵକପ୍: ସଚିନ-ଉଦୟଙ୍କ ଲଢୁଆ ଅର୍ଦ୍ଧଶତକ, ଦ. ଆଫ୍ରିକାକୁ ହରାଇ ଫାଇନାଲ୍‌ରେ ଭାରତ।


୧୮-ବ୍ରାଣ୍ଡ ଗାର୍ଡିଆନସିପ୍ ଇଣ୍ଡେକ୍ସ ୨୦୨୪ ରେ ମୁକେଶ ଅମ୍ବାନୀ ଶୀର୍ଷ ଭାରତୀୟ ଏବଂ ବିଶ୍ୱରେ ଦ୍ୱିତୀୟ : ରିପୋର୍ଟ।


୧୯-୧୬୪୩ କିମି ଭାରତ-ମିଆଁମାର ସୀମାରେ ଲାଗିବ ବାଡ଼: ଅମିତ୍ ଶାହା। 


୨୦-ଚିଲିର ଭାଲପାରାଇସୋ ଅଞ୍ଚଳରେ  ଭୟଙ୍କର ବନାଗ୍ନୀ, ଗଲାଣି ୧୨୨ ଜୀବନ।

୦୨-ଫେବୃଆରୀ-୨୦୨୪, ଶୁକ୍ରବାର

➡️୧-୩୦ବର୍ଷର ଅପେକ୍ଷା ହେଲା ଅନ୍ତ । ଜ୍ଞାନବ୍ୟାପି ତହଖାନାରେ ଶୁଭିଲା ଘଂଟଧ୍ୱନୀ, ଶ୍ଳୋକମନ୍ତ୍ର,କରାଗଲା ପୂଜା 


➡️୨-ଦଶମ-ଦ୍ୱାଦଶ ଶ୍ରେଣୀ ପାଠ୍ୟକ୍ରମରେ ପରିବର୍ତ୍ତନ ଆଣିଲା CBSE l ଏଣିକି ୧୦ମ’ରେ ୩ଟି ଭାଷା ଓ ୭ଟି ଅତିରିକ୍ତ ବିଷୟ ହେବ ସାମିଲ୍ l

➡️୩-୧୬ଟି ଉପଜିଲ୍ଲା ସ୍ତରୀୟ ଡାକ୍ତରଖାନାରେ ଡାଏଲେସିସ୍‌  କେନ୍ଦ୍ର ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ l ସାରା ରାଜ୍ୟରେ ୫ଟି ଉପକ୍ରମରେ ଉପଜିଲ୍ଲା ସ୍ତରରେ ୩୨ଟି ଡାଏଲେସିସ୍‌  କେନ୍ଦ୍ର ଖୋଲାଯିବ। ମାଗଣା ଡାଏଲିସିସ୍‌ ପାଇଁ ବର୍ଷକୁ ଖର୍ଚ୍ଚ ହେବ ୫୦ କୋଟି l ମାଗଣା ଡାଏଲେସିସ୍‌ ସେବା ଯୋଗାଇବାରେ ଓଡିଶା ହେଲା ଦେଶର ପ୍ରଥମ ରାଜ୍ୟ l

➡️୪-ଜଗନ୍ନାଥ ରଥ ହେଲେ ରାଜ୍ୟର ନୂଆ ସୂଚନା କମିଶନର । ଏ ନେଇ ରାଜ ଭବନ ପକ୍ଷରୁ ପ୍ରକାଶ ପାଇଲା ବିଜ୍ଞପ୍ତି l

➡️୫-ଉତ୍ତର ଓଡିଶା ସମେତ ଉପକୂଳ ଓଡିଶାର କିଛି ଜିଲ୍ଲାରେ ଆସନ୍ତା ଦୁଇ ଦିନ ରାଜ୍ୟରେ ହାଲୁକା ବର୍ଷା ସମ୍ଭାବନା ରହିଛି।

➡️୬-ଇନ୍‌ଷ୍ଟ୍ରୁମେଣ୍ଟ୍‌ ଲ୍ୟାଣ୍ଡିଂ ସିଷ୍ଟମ(ଆଇଏଲ୍‌ଏସ୍‌)ର ଅଭାବ ଯୋଗୁଁ ରାଉରକେଲା ବିମାନବନ୍ଦରରୁ ଫେବ୍ରୁଆରି ୬ ଯାଏ ବିମାନ ହେଲା ବାତିଲ l

➡️୭-ଆଗତ ହେଲା ବଜେଟ୍‌ ୨୦୨୪ l କ୍ରୀଡ଼ା ମନ୍ତ୍ରଣାଳୟକୁ ମିଳିଲା ଅଧିକ ୪୫ କୋଟି, ପ୍ୟାରିସ୍ ଅଲମ୍ପିକ ଉପରେ ଦେଶର ନଜର l ଗତ ବର୍ଷ ତୁଳନାରେ ଏଥର ୪୫.୩୬ କୋଟି ଟଙ୍କା ଅଧିକ ଆବଣ୍ଟିତ ହୋଇଛି।

➡️୮-ବାରିପଦା ଏମ.ପି.କେ ବାଳିକା ବିଦ୍ୟାଳୟ ହଷ୍ଟେଲରେ ଖାଦ୍ୟ ଖାଇ ୧୬ରୁ ଅଧିକ ସ୍କୁଲ ଛାତ୍ରୀ ଗୁରୁତର, ଡାକ୍ତରଖାନାରେ ହେଲେ ଭର୍ତ୍ତି l

➡️୯-ଅଯୋଧ୍ୟା ରାମ ମନ୍ଦିର : ଗତ ୧୧ ଦିନ ମଧ୍ୟରେ ପ୍ରାୟ ୨୫ ଲକ୍ଷ ଶ୍ରଦ୍ଧାଳୁ ମନ୍ଦିରକୁ ଆସିଛନ୍ତି ଏବଂ ଅର୍ପଣ ଓ ଦାନ ପରିମାଣ ୧୧ କୋଟି ଟଙ୍କା ଅତିକ୍ରମ କଲାଣି l

➡️୧୦-ମାଡ଼ି ଚାଲିଛି କ୍ୟାନ୍‌ସର: ଚେତାଇଲା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ; ୨୦୫୦ ସୁଦ୍ଧା ୩୫ ମିଲିଅନରୁ ଅଧିକ ହେବ କର୍କଟ ରୋଗୀଙ୍କ ସଂଖ୍ୟା l

➡️୧୧-ଫେବ୍ରୁଆରି ୩ ତାରିଖ ଓଡ଼ିଶା ଗସ୍ତ ଅବସରରେ ସୁନ୍ଦରଗଡ଼ରେ ୨୯ ହଜାର କୋଟିର ବିଦ୍ୟୁତ୍ ପ୍ରକଳ୍ପ ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ l

➡️୧୨-ଫାସ୍‌ଟାଗ୍‌ରେ କେଓ୍ବାଇସିକୁ ଅପଡେଟ୍‌ ସମୟସୀମାକୁ ବୃଦ୍ଧି କଲା ଏନ୍‌ଏଚ୍‌ଏଆଇ l ଫେବୃଆରୀ ୨୯ତାରିଖ ପର୍ଯ୍ୟନ୍ତ କଓ୍ବୋଇସି ଅପ୍‌ଡେଟ କରିବା ନେଇ ନୂତନ ସମୟସୀମା ହେଲା ଧାର୍ଯ୍ୟ l

➡️୧୩-ଝାଡଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ଗିରଫ ପ୍ରତିବାଦ‌ l ଆଜି ଜେଏମ୍ଏମ୍ ପକ୍ଷରୁ ୧୨ ଘଣ୍ଟା ମୟୂରଭଂଜ ବନ୍ଦ l

➡️୧୪-ବିସିସିଆଇ ପୂର୍ବତନ ଅଧ୍ୟକ୍ଷ ତଥା ଆଇସିସି ଚେୟାରମ୍ୟାନ୍ ଏନ୍ ଶ୍ରୀନିବାସନଙ୍କ କମ୍ପାନୀ ଇଣ୍ଡିଆ ସିମେଣ୍ଟ କାର୍ଯ୍ୟାଳୟରେ ରେଡ୍ କଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। 

➡️୧୫-ଝାଡ଼ଝଣ୍ଡ ରାଜନୀତି ସସ୍‌ପେନ୍ସ ର ହେଲା ସମାପ୍ତ, ଆଜି ମୁଖ୍ୟମନ୍ତ୍ରୀ ପଦରେ ଶପଥ ନେବେ ଚମ୍ପାଇ ସୋରେନ l

➡️୧୬-ପୁଣି ଇତିହାସ ରଚିଲା ପାରାଦ୍ୱୀପ ବନ୍ଦର, ଜାନୁଆରୀ ମାସରେ ୧୪.୩୨ ନିୟୁତ ମେଟ୍ରିକ୍ ଟନ୍ ପଣ୍ୟ କାରବାର କରିଛି ବନ୍ଦର l

➡️୧୭-ଦୁର୍ବଳ ପଡ଼ୁଥିବା ୟୁକ୍ରେନ ଉପରେ ଟଙ୍କା ବର୍ଷା କଲା ୟୁରୋପୀୟ ସଂଘ, ୫୦ ବିଲିୟନ ୟୁରୋ ପ୍ୟାକେଜ କଲା ଘୋଷଣା  l

➡️୧୮-ଆଜିଠୁ ଇଂଲଣ୍ଡ ବିପକ୍ଷରେ ଦ୍ବିତୀୟ ଟେଷ୍ଟ: ପ୍ରତ୍ୟାବର୍ତ୍ତନ ଲକ୍ଷ୍ୟରେ ଭାରତ l

➡️୧୯-ଚଳିତ ଆଇଏସ୍‌ଏଲ୍‌ ଫୁଟ୍‌ବଲ୍‌ ପ୍ରତିଯୋଗିତାର ଦ୍ବିତୀୟ ପର୍ଯ୍ୟାୟରେ ଆଜି କଳିଙ୍ଗ ଷ୍ଟାଡିୟମ୍‌ରେ କେରଳ ବ୍ଲାଷ୍ଟର୍ସ ବିପକ୍ଷରେ ଓଡିଶା ନିଜର ପର୍ଯ୍ୟାୟ ଅଭିଯାନ ଆରମ୍ଭ କରିବ। 

➡️୨୦-ଇଂଲଣ୍ଡ ବିପକ୍ଷରେ ଚାଲିଥିବା ପାଞ୍ଚ ମ୍ୟାଚ ଟେଷ୍ଟର ଦ୍ୱିତୀୟ ମ୍ୟାଚରେ ଭାରତୀୟ ଦଳକୁ ଲାଗିଲା ଡବଲ ଝଟକା । ଭାରତର ତାରକା ବ୍ୟାଟ୍ସମ୍ୟାନ ବିରାଟ କୋହଲି ଏବଂ ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା ତୃତୀୟ ଟେଷ୍ଟରୁ ବାଦ ପଡିବେ।


ତାରିଖ ୦୧/୦୨/୨୪, ଗୁରୁବାର

୧-ଶିକ୍ଷାର ଉତ୍ସବ-‘ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର’, ୧୬ଟି ବିଭାଗରେ ଦିଆଗଲା ମୋଟ ୭୫୧୯ଟି ପୁରସ୍କାର।


୨-ଦେବଗଡ, ଅନୁଗୋଳ ଓ ଢେଙ୍କାନାଳ ଜିଲ୍ଲାରେ ଲକ୍ଷ୍ମୀ ବସ୍ ଯୋଜନାର ଶୁଭାରମ୍ଭ : ଫେବୃଆରୀ ସୁଦ୍ଧା ରାଜ୍ୟର ସବୁ ଜିଲ୍ଲାରେ ଚାଲିବ।

୩-ଭୁବନେଶ୍ୱର:ଆଇପିଏସ ସ୍ତରରେ ଅଦଳବଦଳ; ଅବିନାଶ କୁମାର ନୂଆ ଅତିରିକ୍ତ ସିପି, ଆଇପିଏସ ବି ରାଧିକାଙ୍କୁ ଭିଆରଏସ ଅନୁମତି।

୪-ବଜେଟ୍ ଅଧିବେଶନରେ ଉତ୍କଳମଣିଙ୍କୁ ମନେପକାଇଲେ ରାଷ୍ଟ୍ରପତି, ଓଡ଼ିଆରେ ଗାଇ ଶୁଣାଇଲେ ପଂକ୍ତି।

୫-କଟକ:CMCର ନୂଆ କମିଶନର ଭାବେ ଦାୟିତ୍ୱ ନେଲେ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ।

୬-ରାଜଧାନୀରେ ପୁଣି ଆପାର୍ଟମେଣ୍ଟରୁ ସିରିଜ୍ ଲୁଟ୍ । ପାହାଳ ନିକଟ କଲ୍ୟାଣୀ ହାଇଟ୍ସର ୩ଟି ଫ୍ଲାଟ୍ରୁ ଲୁଟ୍ । ୩୦ ଲକ୍ଷରୁ ଅଧିକ ଟଙ୍କାର ସମ୍ପତ୍ତି ଲୁଟ୍।

୭-ରାଜ୍ୟରେ ଆହୁରି କମିବ ଶୀତ : ଖାଲି ରାତି ନୁହେଁ, ଦିନ ତାପମାତ୍ରା ବି ବଢ଼ିବ।

୮-ଆୟବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ନାମରେ ଚାର୍ଜଫ୍ରେମ ଦାଖଲ।

୯-କଟକର ନୂଆ DCP ଦାୟିତ୍ୱ ଗ୍ରହଣ କଲେ ଡକ୍ଟର କନଓ୍ବର ବିଶାଲ ସିଂ।

୧୦-କଟକ:୨୦ ହଜାର କନିଷ୍ଠ ଶିକ୍ଷକ ନିଯୁକ୍ତି ମାମଲା; ଶୁଣାଣି ଶେଷ,ରାୟ ସଂରକ୍ଷିତ।

୧୧-ଭୁବନେଶ୍ୱର:୧୫ ଦିନରେ ରସୁଣ ଦର ଦୁଇଗୁଣା, କିଲୋ ପିଛା ୫୦୦ ଯାଏଁ ବୃଦ୍ଧି।

୧୨-ପ୍ରଥମ ବିଶ୍ଵ ଓଡ଼ିଆ ଭାଷା ସମ୍ମାନରେ ସମ୍ମାନିତ ହେବେ ବିଶିଷ୍ଟ ଭାଷାବିତ୍ ତକ୍ଟର ଦେବୀପ୍ରସନ୍ନ ପଟ୍ଟନାୟକ।

୧୩-ଡେରାବିଶ:ପୁରାତନ ଛାତ୍ରଛାତ୍ରୀ ଓ ଅତିଥିମାନଙ୍କର ଭୁରି ଭୁରି ପ୍ରଶଂସା, ବର୍ତ୍ତମାନ ଛାତ୍ରଛାତ୍ରୀମାନଙ୍କର କୋହ,ଛଳ ଛଳ ଆଖି,ନାଚ ଗୀତ ଓ ଭୋଜିଭାତ ମଧ୍ୟରେ ଅନୁଷ୍ଠିତ ହେଲା,JBN ବେଲରପାର ପ୍ରଧାନ ଶିକ୍ଷକ କୈଳାସ ସାର୍ ଙ୍କର ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା।

୧୪-ଯାଜପୁର:ବିରଜା କ୍ଷେତ୍ରରେ ନିର୍ମାଣ ହେଉଛି ବିଶ୍ୱର ବୃହତ୍ତମ ଶିବମୂର୍ତ୍ତି, ମହାଶିବରାତ୍ରିରେ ହେବ ଲୋକାର୍ପିତ,ମୂର୍ତ୍ତି ନିର୍ମାଣ ପାଇଁ ପ୍ରାୟ ୧୬ କୋଟି ଟଙ୍କା ଖର୍ଚ୍ଚ।

୧୫-ନୂଆ ଓ' ପାଇଁ ୨ ମାସ ହେଲା କ୍ୟାମ୍ପସ ପାଠ ପଢ଼ା ଠପ୍ ,ସେଲିବ୍ରିଟି ଓ ନେତା ସାମିଲ ନେଇ ତେଜିଲା ରାଜନୀତି ।

୧୬-ବାଲେଶ୍ୱର ଜିଲ୍ଲା ସିଂଲା ଥାନା କାଦରାୟାଁ ଗ୍ରାମ:ପାରିବାରିକ କଳହରୁ ସ୍ତ୍ରୀ ମୃତ ଓ ସ୍ୱାମୀ ଗୁରୁତର ଆହତ।

୧୭-IIMCକୁ ମିଳିଲା ଡିମ୍‌ଡି ୟୁନିଭର୍ସିଟି ମାନ୍ୟତା।IIMCରେ ଏଣିକି ଡିଗ୍ରୀ ଓ ପିଏଚ୍‌ଡି ପାଠ୍ୟକ୍ରମ ଉପଲବ୍ଧ ହେବ। 

୧୮-ଭାରତ ଯୋଡ ନ୍ୟାୟ ଯାତ୍ରାରେ ଫେବୃୟାରୀ ୬ରେ ଓଡ଼ିଶା ଆସୁଛନ୍ତି ରାହୁଲ ଗାନ୍ଧୀ।
୧୯-ପେଟିଏମକୁ ବଡ଼ ଝଟକା: ଆଉ ଯୋଡ଼ି ହୋଇପାରିବେନି ନୂଆ ଗ୍ରାହକ, ଫେବୃଆରୀ ୨୯ରୁ ହୋଇପାରିବନି ଜମା।

୨୦-ସରିଲା ଲୁଚକାଳି ଖେଳ; ଗିରଫ ହେଲେ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍‌।ଚମ୍ପାଇ ସୋରେନ୍ ଝାଡ଼ଖଣ୍ଡର ନୂଆ ମୁଖ୍ୟମନ୍ତ୍ରୀ।

୨୧-ତୋଶାଖାନା ମାମଲାରେ ଇମ୍ରାନ ଖାନ୍‌ ଓ ପତ୍ନୀଙ୍କୁ ୧୪ ବର୍ଷ ଜେଲ୍‌, ୭୮ କୋଟି ଲେଖାଏଁ ଜରିମାନା।

ସକାଳର ଖବର, ୩୧-ଜାନୁଆରୀ-୨୦୨୪, ବୁଧବାର

•┈┈┈┈┈┈┈┈┈•

➡️୧-ଆଜି ମାଘ କୃଷ୍ଣ ପଞ୍ଚମୀ ତିଥିରେ ଶ୍ରୀବିଗ୍ରହମାନଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ। ଏଣୁ ଦ୍ଵିତୀୟ ଭୋଗମଣ୍ଡପ ଭୋଗ ଶେଷ ହେବାପରେ ଆପାତତଃ ସନ୍ଧ୍ୟା ୬ଟାରୁ ରାତ୍ର ୯ଟା ପର୍ଯ୍ୟନ୍ତ ୪ ଘଣ୍ଟା ପାଇଁ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ। 

➡️୨-ସଂସଦର ବଜେଟ ଅଧିବେଶନ ଆଜିଠାରୁ ହେବ ଆରମ୍ଭ । ଏହା ଫେବ୍ରୁଆରି ୯ ତାରିଖ ପର୍ଯ୍ୟନ୍ତ ଚାଲିବ। ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ଏହା ହେଉଛି ଶେଷ ଅଧିବେଶନ।

➡️୩-ସରକାରୀ ମେଡିକାଲ କଲେଜରେ ପଢୁଥିବା ଡାକ୍ତରୀ ଛାତ୍ରଛାତ୍ରୀଙ୍କ ପାଇଁ ହେଲା ବଣ୍ଡ ନିୟମ କଡ଼ାକଡ଼ି l ଏଣିକି ପାଠପଢା ସରିବା ପରେ ଡାକ୍ତରମାନଙ୍କୁ ୨ ବର୍ଷ ସରକାରୀ ହସ୍ପିଟାଲରେ କାମ କରିବାକୁ ପଡ଼ିବ । ନହେଲେ ପାଠପଢା ସମୟରେ ପାଇଥିବା ଷ୍ଟାଇପେଣ୍ଡ ବା ଦରମାର ଦୁଇ ଗୁଣ ଟଙ୍କା ଦେବାକୁ ପଡ଼ିବ ।  

➡️୪-ଆସନ୍ତା ୫ ତାରିଖରୁ ବସିବ ଷୋଡଶ ବିଧାନସଭାର ୧୫ ତମ ଅଧିବେଶନ। ଫେବୃଆରୀ ୫ରୁ ୧୩ ପର୍ଯ୍ଯନ୍ତ ଅଧିବେଶନ ଚାଲିବ । ଅଧିବେଶନରେ ମୋଟ ୭ଟି କାର୍ଯ୍ଯ ଦିବସ ରହିଛି। କାମଚଳା ବଜେଟ ମଧ୍ଯ ରହିଛି ।

➡️୫-ଚତୁର୍ଥ ପର୍ଯ୍ୟାୟ ୫-ଟି ବିଦ୍ୟାଳୟ ରୂପାନ୍ତରଣ କାର୍ଯ୍ୟକ୍ରମରେ କନ୍ଧମାଳର ୪୬ ଟି ବିଦ୍ୟାଳୟକୁ ଆଭାସୀ ମାଧ୍ୟମରେ ଲୋକାର୍ପଣ କଲେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ l

➡️୬-ଭୁବନେଶ୍ବର ପଳାଶପଲ୍ଲୀ ଠାରେ ନବ ନିର୍ମିତ ଲିଙ୍ଗରାଜ କୁଷ୍ଠ କଲୋନୀ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ l ଏଥିରେ ୩୧ ଟି ଘର ରହିଛି। ଏହାଦ୍ବାରା ୯୪ ଜଣ ହିତାଧିକାରୀ ଉପକୃତ ହୋଇଛନ୍ତି। ଏମାନେ ସମସ୍ତେ ମଧୁବାବୁ ପେନସନ ଯୋଜନାରେ ସାମିଲ ହୋଇଛନ୍ତି।

➡️୭-ଗୋପବନ୍ଧୁ ଶିକ୍ଷା ସହାୟତା ଯୋଜନାରେ ଯୋଡ଼ିହେଲେ ଅନାଥ ଓ କିନ୍ନର l ଏଣିକି ଉଚ୍ଚତର ଶିକ୍ଷା ପାଇଁ ଅନାଥ, ବାଲ୍ୟ ବିବାହ ସମୟରେ ଉଦ୍ଧାର ହେଉଥିବା ବାଳିକା ଏବଂ କିନ୍ନର ଶିଶୁମାନଙ୍କୁ ରାଜ୍ୟ ସରକାର ସହାୟତା ଯୋଗାଇଦେବେ। ୨୦୨୩-୨୪ ଶିକ୍ଷାବର୍ଷରୁ ସେମାନଙ୍କୁ ଏହି ସୁବିଧା ମିଳିବ।

➡️୮-ଆସନ୍ତ ୩ ତାରିଖ ଶନିବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସମ୍ବଲପୁର ଗସ୍ତରେ ଆସୁଥିବାରୁ ସଜେଇ ହେଉଛି ସମ୍ବଲପୁର ରେଳ ଷ୍ଟେସନ l ଏହି ଗସ୍ତ ସମୟରେ ବସନ୍ତପୁର ଠାରେ ନିର୍ମିତ ଆଇଆଇଏମର ନୂତନ କୋଠାକୁ ଲୋକାର୍ପଣ କରିବେ। ଏଥି ସହ ରେଳବାଇ ସମେତ ଅନ୍ୟାନ୍ୟ ପ୍ରକଳ୍ପ ଗୁଡିକର ଶୁଭ ଓ ଲୋକାର୍ପଣ କରିବେ l

➡️୯-ସପ୍ତାହକରେ ୧୯ଲକ୍ଷ ଭକ୍ତ ଦର୍ଶନ କଲେଣି ଶ୍ରୀରାମ ମନ୍ଦିର, ପ୍ରତିଦିନ ଲକ୍ଷେ ଶ୍ରଦ୍ଧାଳୁ ପହଞ୍ଚୁଛନ୍ତି ଅଯୋଧ୍ୟା l

➡️୧୦-ଗଞ୍ଜାମ ଜିଲ୍ଳା ସୁନାପୁର ବେଳାଭୂମିକୁ ମିଳିଲା ଅନ୍ତର୍ଜାତୀୟ ବ୍ଲୁ-ଫ୍ଲାଗ୍‍ ବିଚ୍‍ର ମାନ୍ୟତା l ପରିବେଶ ମାନ, ପରିଚ୍ଛନ୍ନତା ଓ ପର୍ଯ୍ୟଟକ ଅନୁକୂଳ ପରିବେଶ ଭଳି ବିଭିନ୍ନ ଦିଗକୁ ତର୍ଜମା କରିବା ପରେ ଅନ୍ତର୍ଜାତୀୟ ପରିବେଶ ଶିକ୍ଷା ପ୍ରତିଷ୍ଠାନ–FEE International ପକ୍ଷରୁ ସୁନାପୁର ବେଳାଭୂମିକୁ ଏହି ମାନ୍ୟତା ପ୍ରଦାନ କରାଯାଇଛି ।

➡️୧୧-ଅଯୋଧ୍ୟାରେ ତୀର୍ଥଯାତ୍ରୀଙ୍କ ଆଗମନକୁ ସୁଗମ କରିବା ପାଇଁ ୧ ଫେବୃଆରୀ ୨୦୨୪ରୁ ୮ଟି ସହରରୁ ଅଯୋଧ୍ୟାକୁ ଉଡ଼ିବ ସିଧାସଳଖ ଫ୍ଲାଇଟ୍ l ନୂଆ ଉଡାନ ମାର୍ଗ ଅଯୋଧ୍ୟାକୁ ଦିଲ୍ଲୀ, ଚେନ୍ନାଇ, ଅହମ୍ମଦାବାଦ, ଜୟପୁର, ପାଟନା, ଦରଭଙ୍ଗା, ମୁମ୍ବାଇ ଏବଂ ବେଙ୍ଗାଲୁରୁ ସହିତ ସଂଯୋଗ କରିବ।

➡️୧୨-ରାଜ୍ୟ ମହିଳା କଂଗ୍ରେସ ସଭାନେତ୍ରୀ ହେଲେ ମିନାକ୍ଷୀ ବାହିନୀପତି l ଏଆଇସିସି ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ଓଡ଼ିଶା ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ସୁପାରିଶ କ୍ରମେ ତାଙ୍କୁ ରାଜ୍ୟ ମହିଳା କଂଗ୍ରେସ ସଭାପତି ଭାବେ କଲେ ନିଯୁକ୍ତି ପ୍ରଦାନ l

➡️୧୩-ଚଣ୍ଡୀଗଡ଼ ମେୟର ନିର୍ବାଚନକୁ ନେଇ ଉପୁଜିଲା ବିବାଦ l ୮ ଜଣ କାଉନ୍‌ସିଲରଙ୍କ ଭୋଟ୍‌ ହେଲା ନାକଚ, ୧୬ ଖଣ୍ଡ ଭୋଟ୍‌ ପାଇ ବିଜେପି ପ୍ରାର୍ଥୀ ମନୋଜ କୁମାର ସୋନକର ହେଲେ ବିଜୟୀ l ସେପଟେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କହିଲେ ଯେ ବିଜେପି ଦିବାଲୋକରେ ଜାଲିଆତି ଓ ଡକାୟତି କରି ମେୟର ପଦ ହାସଲ କରିଛି।

➡️୧୪-ଆଣ୍ଟାର୍କଟିକାରେ ବଢିଲା ବାର୍ଡ ଫ୍ଲୁ ଭାଇରସ୍‌ର ବିପଦ ! ପେଙ୍ଗୁଇନ୍‌ର ମୃତ୍ୟୁ ପରେ ଚେତାବନୀ ଦେଲେ ବୈଜ୍ଞାନିକ l
➡️୧୫-ବାରାଣସୀର କାଶୀ ବିଶ୍ୱନାଥ ମନ୍ଦିର ପରିସର ନିକଟରେ ଜ୍ଞାନବାପୀକୁ ମସଜିଦ କହୁଥିବା ଲୋକଙ୍କୁ ମୁସଲିମ୍ ବିଦ୍ୱାନ କାରି ଅବରାର ଜମାଲ ଦେଲେ ପରାମର୍ଶ, କହିଲେ-ହିନ୍ଦୁଙ୍କ ସହ ବୁଝାମଣା କରିଦିଅ l

➡️୧୬-ସମୁଦ୍ରରେ ପୁଣି ଜାହାଜ ଅପହରଣ: ୧୯ ପାକିସ୍ତାନୀଙ୍କୁ ଉଦ୍ଧାର କଲା ଭାରତୀୟ ନୌସେନା l ଗତ ୨୪ ଘଣ୍ଟା ମଧ୍ୟରେ ଜଳଦସ୍ୟୁଙ୍କ କବଳରୁ ଉଦ୍ଧାର କରାଯାଇଥିବା ଏହା ଦ୍ବିତୀୟ ଇରାନୀ ଜାହାଜ ଅଟେ l

➡️୧୭-ଦେଶର ଗୋପନୀୟ ତଥ୍ୟ ଲିକ୍‌ କରିବା ମାମଲାରେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ୧୦ ବର୍ଷ ଜେଲଦଣ୍ଡରେ ଦଣ୍ଡିତ କଲେ କୋର୍ଟ। ପାକିସ୍ତାନ ତେହେରିକ-ଇ-ଇନସାଫ (ପିଟିଆଇ) ର ପ୍ରତିଷ୍ଠାତା ବିରୋଧରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲେ କୋର୍ଟ ।

➡️୧୮-୧୯ ବର୍ଷରୁ କମ୍‌ ଦିନିକିଆ ବିଶ୍ବକପ୍‌ରେ ଭାରତର ବିଜୟ ଧାରା ଜାରି l ସୁପର-୬ ଅଭିଯାନ: ନ୍ୟୁଜିଲାଣ୍ଡକୁ ୨୧୪ ରନ୍‌ରେ ହରାଇଲା l

➡️୧୯-ଭୁବନେଶ୍ୱର ଉତ୍କଳ ବିଶ୍ବବିଦ୍ୟାଳୟରେ ଫେବୃଆରୀ ୧୫ରୁ ୧୯ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ଆନ୍ତଃବିଶ୍ବବିଦ୍ୟାଳୟ କ୍ରୀଡ଼ା ପ୍ରତିଯୋଗିତା, ଓଡ଼ିଶା କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟ ସହ ଯୋଗଦେବେ ୩୮ଟି ବିଶ୍ବବିଦ୍ୟାଳୟ l

➡️୨୦-ରୁଷ ସ୍କେଟିଂକୁ ବଡ଼ ଝଟକା। ଡୋପିଂ ପାଇଁ ରୁଷର ୧୭ ବର୍ଷୀୟ ସ୍କେଟର କାମିଲା ଭାଲିଭାଙ୍କ ଉପରେ ଲାଗିଲା ଚାରି ବର୍ଷର ବ୍ୟାନ୍‌। ଆମେରିକାକୁ ଯିବ ସ୍ୱର୍ଣ୍ଣ ପଦକ l

➡️ଦୟାକରି ଧ୍ୟାନ ଦିଅନ୍ତୁ, ଯଦିଓ ସକାଳର ଖବରକୁ ପ୍ରସ୍ତୁତ କରିବାରେ ପୂର୍ଣ୍ଣ ଯତ୍ନ ନେବାକୁ ଚେଷ୍ଟା କରାଯାଇଛି, ତଥାପି, କୌଣସି ଘଟଣା, ତାରିଖ କିମ୍ବା ଅନ୍ୟାନ୍ୟ ତ୍ରୁଟି ପାଇଁ ମୁଁ ଦାୟୀ ନୁହେଁ ।।

🌄୩୦-ଜାନୁଆରୀ-୨୦୨୪, ମଙ୍ଗଳବାର

•┈┈┈┈┈┈┈┈┈┈┈┈┈┈┈┈•

➡️୧-ଆସନ୍ତା ଫେବୃଆରୀ ୧୬ରୁ ଆରମ୍ଭ ହେବ +୨ ପରୀକ୍ଷା, ଏଥର ମୋଟ ପରୀକ୍ଷାର୍ଥୀଙ୍କ ସଂଖ୍ୟା ୩ଲକ୍ଷ ୮୬ହଜାର ୩୯୭ l ପରୀକ୍ଷାର ପ୍ରଥମ ଦିନ ବଜ୍ଞାନ ପରୀକ୍ଷା ରହିଛି ।

➡️୨-୭ମ ବାର୍ଷିକ ପରୀକ୍ଷା ପେ ଚର୍ଚ୍ଚାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଛାତ୍ରଛାତ୍ରୀଙ୍କୁ ଦେଲେ ପରାମର୍ଶ l ଏହି କାର୍ଯ୍ୟକ୍ରମ ପାଇଁ ରେକର୍ଡ ୨.୨୬ କୋଟି ଛାତ୍ରଛାତ୍ରୀ, ଅଭିଭାବକ ଓ ଶିକ୍ଷକଶିକ୍ଷୟିତ୍ରୀ ମାଇଗଭ୍‌ ୱେବ୍‌ସାଇଟ୍‌ ଜରିଆରେ ପଞ୍ଜୀକରଣ କରିଥିଲେ।

➡️୩-ଜାନୁଆରୀ ୧୬ ରୁ ଡିଭିଜନ ସ୍ତରରେ ଓ ଜାନୁଆରୀ ୨୪ରେ ଜିଲ୍ଲାସ୍ତରରେ ପାଣି ପଂଚାୟତ ପକ୍ଷ ପାଳନ ହେବା ପରେ ଆଜି ପାଣି ପଂଚାୟତ ପକ୍ଷ ପାଳନର ୩ ୟ ପର୍ଯ୍ୟାୟରେ ରାଜ୍ୟସ୍ତରୀୟ ସମାରୋହ ଅନୁଷ୍ଠିତ ହେବ । ଏଥିରେ ମାନ୍ୟବର ମୁଖ୍ୟମନ୍ତ୍ରୀ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ l

➡️୪-ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଦିବ୍ୟ ଅନୁଭବ ପାଇଲେ ୫ ଜିଲ୍ଲାର ପ୍ରାୟ ୧୦ ହଜାର ଶ୍ରଦ୍ଧାଳୁ l ଗଞ୍ଜାମ, ମୟୁରଭଂଜ, ବାଲେଶ୍ବର, କଟକ ଓ କେନ୍ଦ୍ରାପଡା ଜିଲ୍ଲାର ୫୦୦ଟି ପଞ୍ଚାୟତ ଓ ୱାର୍ଡରୁ ଭକ୍ତମାନେ ଆସିଥିଲେ। 

➡️୫-ଏବେ ବି ୪୧% ଭାରତୀୟ ରୋଷେଇ ପାଇଁ କାଠ ଓ ଘସି ଆଦିର ବ୍ୟବହାର କରୁଛନ୍ତି l ନିର୍ଗତ ହେଉଛି ୩୪୦ ମିଲିଅନ ଟନ୍ ଅଙ୍ଗାରକାମ୍ଳ l

➡️୬-ଓଡ଼ିଶାର ଖାଲି ପଡୁଥିବା ୩ ରାଜ୍ୟ ସଭା ଆସନ ପାଇଁ ଆସନ୍ତା ଫେବୃଆରୀ ୨୭ରେ ନିର୍ବାଚନ ଅନୁଷ୍ଠିତ ହେବ। ଏହି ନିର୍ବାଚନ ପାଇଁ ଫେବୃଆରୀ ୮ରେ ବିଜ୍ଞପ୍ତି ପ୍ରକାଶ ପାଇବ। ଫେବୃଆରୀ ୧୫ ନାମାଙ୍କନପତ୍ର ଦାଖଲର ଶେଷ ତାରିଖ ଧାର୍ଯ୍ୟ କରାଯାଇଛି। 

➡️୭-ଚନ୍ଦକା-ଡମପଡ଼ା ବନ୍ୟପ୍ରାଣୀ ଅଭୟାରଣ୍ୟରେ ଆରମ୍ଭ ହେଲା ନାଇଟ୍ ସଫାରୀ l ଏଣିକି ରାତ୍ରୀ ୯ଟା ଯାଏଁ ଜଙ୍ଗଲ ବୁଲିପାରିବେ ପର୍ଯ୍ୟଟକ l

➡️୮-ବିଶ୍ୱର ପ୍ରଥମ ଶହେ ପ୍ରଦୂଷିତ ସହର ତାଲିକାରେ ୮୦ ନମ୍ବର ର‌୍ୟାଙ୍କରେ ରହିଲା ଭୁବନେଶ୍ୱର l ବିଶ୍ୱ ଏୟାର କ୍ୱାଲିଟି ଇନ୍‌ଡେକ୍ସରେ ଭୁବନେଶ୍ୱରର ସ୍ଥାନ ୮୦ରେ ରହିଛି । 

➡️୯-ଖୁବଶୀଘ୍ର ରାଜ୍ୟରେ ଆରମ୍ଭ ହେବ ନୂଆ ଯୋଜନା ‘LAVA’, ଉପକୃତ ହେବେ ଆଦିବାସୀ ମହିଳା l ରାଜ୍ୟ କ୍ୟାବିନେଟ୍‍ର ଗୁରୁତ୍ବପୂର୍ଣ୍ଣ ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେଲେ ମଞ୍ଜୁରୀ l ସେପଟେ ସମ୍ପୂର୍ଣ୍ଣ ପ୍ରତ୍ୟାହାର ହେଲା ଆଦିବାସୀଙ୍କ ଜମି ବିକ୍ରି ଅଧିନିୟମ l

➡️୧୦-କେନ୍ଦ୍ର ସରକାରଙ୍କ ବଡ଼ ପ୍ଲାନ୍: ଦେଶର ୩୦ଟି ସହର ହେବ ଭିକାରି ମୁକ୍ତ, ଲଞ୍ଚ ହେବ ଜାତୀୟ ପୋର୍ଟାଲ ଓ ମୋବାଇଲ ଆପ୍ l ୨୦୨୬ ମସିହା ସୁଦ୍ଧା ଏହି ଲକ୍ଷ୍ୟ ହାସଲ କରିବା ପାଇଁ କେନ୍ଦ୍ର ସରକାର ଲକ୍ଷ୍ୟ ରଖିଛନ୍ତି ।

➡️୧୧-ହନୁମାନଙ୍କ ପତାକା ଲଗାଇବାକୁ ନେଇ କର୍ଣ୍ଣାଟକର ମାଣ୍ଡ୍ୟା ଜିଲ୍ଲା କେରାଗୋଡୁ ଗାଁରେ ହେଲା ଉତ୍ତେଜନା, ଲାଗିଲା ଧାରା ୧୪୪ l

➡️୧୨-ଦିଲ୍ଲୀବାସୀଙ୍କୁ କେଜରିୱାଲ୍‌ଙ୍କ ଉପହାର, ମାସକୁ ୯୦୦ ରୋଜଗାର କର ଏବଂ ଶୂନ ଇଲେକ୍ଟ୍ରିକ୍ ବିଲ୍‌ର ମଜା ନିଅ l ଆଗାମୀ ୧୦ ଦିନ ଭିତରେ ଯୋଜନା ବିଷୟରେ ସମ୍ପୂର୍ଣ୍ଣ ବିବରଣୀ ପ୍ରଦାନ କରାଯିବ l

➡️୧୩-୧୦ ଘଣ୍ଟାର ଜେରା ପରେ ଇଡି ଅଫିସରୁ ବାହାରିଲେ ଆରଜେଡି ମୁଖ୍ୟ ତଥା ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବ l ଚାକିରି ପାଇଁ ଜମି ଦୁର୍ନୀତି ମାମଲାରେ ଲାଲୁଙ୍କ ଝିଅ ମିଶା ଭାରତୀ ମଧ୍ୟ ଇଡି ଅଫିସରେ ୧୦ ଘଣ୍ଟା କାଳ ଉପସ୍ଥିତ ରହିଥିଲେ।

➡️୧୪-ଏଣିକି ଏବେ ମେଡ୍‌ ଇନ୍‌ ଇଣ୍ଡିଆ ହେବ ସାମସଙ୍ଗ୍‌ ଲାପଟପ୍‌, ଚଳିତ ବର୍ଷରୁ ନୋଏଡା ଫ୍ୟାକ୍ଟ୍ରିରେ ହେବ ନିର୍ମାଣ l ଏନେଇ ସୂଚନା ଦେଲେ ସାମସଙ୍ଗ ଇଲେକ୍ଟ୍ରୋନିକ୍ସର ଅଧ୍ୟକ୍ଷ ତଥା ମୋବାଇଲ ଏକ୍ସପିରିଏନ୍ସ ବ୍ୟବସାୟର ମୁଖ୍ୟ ଟି.ଏମ.ରୋହ ।

➡️୧୫-ଏଣିକି ଉତ୍ତରାଖଣ୍ଡ ମଦ୍ରାସାରେ ପଢାଯିବ ରାମାୟଣ। ଏ ସମ୍ପର୍କରେ ନିଷ୍ପତ୍ତି ନେଲେ ଉତ୍ତରାଖଣ୍ଡ ୱକଫ ବୋର୍ଡ। ବୋର୍ଡ ଅଧ୍ୟକ୍ଷ ଶାଦବ ଶ୍ୟାମ କହିଛନ୍ତି ଯେ ବୋର୍ଡ ଅଧୀନରେ ଥିବା ୧୧୭ଟି ମଦ୍ରାସାରେ ଆମେ ପିଲାମାନଙ୍କୁ ସଂସ୍କୃତ ଶିକ୍ଷା ଦେବୁ ଏବଂ ପିଲାମାନଙ୍କୁ ରାମାୟଣର ଶିକ୍ଷା ମଧ୍ୟ ଦେବୁ ଯାହା ଦ୍ୱାରା ପିଲାମାନେ ସେମାନଙ୍କ ସଂସ୍କୃତି ସହିତ ଯୋଡି ହୋଇପାରିବେ।

➡️୧୬-ଆଦନ ଉପସାଗରର ପୂର୍ବ ଉପକୂଳରେ ଜଳଦସ୍ୟୁଙ୍କ କବଳରୁ ଇରାନ୍‌ ର ଜାହାଜକୁ ଉଦ୍ଧାର କଲା ଭାରତୀୟ ନୌସେନା l

➡️୧୭-ଆଫ୍ରିକା ମହାଦେଶର ସୁଦାନରେ ଏକ ବିଦ୍ରୋହୀ ଗୋଷ୍ଠୀ ଗ୍ରାମବାସୀଙ୍କ ଉପରକୁ ଆଖିବୁଜା ଗୁଳିମାଡ଼ କରିବା ଫଳରେ ୫୨ ଜଣଙ୍କର ହେଲା ମୃତ୍ୟୁ l

➡️୧୮-ପ୍ରଥମ ଟେଷ୍ଟରେ ହାରିଥିବା ଭାରତୀୟ କ୍ରିକେଟ୍ ଦଳ ପାଇଁ ସାମ୍ନାକୁ ଆସିଲା ଏକ ଖରାପ ଖବର l ଦ୍ବିତୀୟ ଟେଷ୍ଟରୁ ତାରକା ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ଓ ମଧ୍ୟକ୍ରମ ବ୍ୟାଟ୍ସମ୍ୟାନ୍ କେଏଲ୍ ରାହୁଲ ବାଦ୍ ପଡିଲେ l

➡️୧୯-ଖେଲୋ ଇଣ୍ଡିଆ ୟୁଥ୍ ଗେମ୍‌ସ ୨୦୨୪ରେ ୬ ପଦକ ଜିତିଲେ ରିଲାଏନ୍ସ ଫାଉଣ୍ଡେସନ୍‌ର କ୍ରୀଡ଼ାବିତ୍‌ , ସାମଗ୍ରିକ ବାଳକ ଚମ୍ପିଆନ୍‌ସିପ୍‌ରେ ଓଡ଼ିଶା ଦଳ ହେଲା ଉପବିଜେତା l

➡️୨୦-କୋହଲି ମୋ ଉପରକୁ ଛେପ ପକାଇଥିଲେ; ଏଭଳି ଆରୋପ ଲଗାଇଲେ ଦକ୍ଷିଣ ଆଫ୍ରିକାର ପୂର୍ବତନ ଷ୍ଟାର କ୍ରିକେଟର ଡିନ ଏଲଗାର 

୨୯-ଜାନୁଆରୀ-୨୦୨୪, ସୋମବାର

୧-ଆଜି ନୂଆଦିଲ୍ଲୀରେ ଛାତ୍ର, ଶିକ୍ଷକ ଏବଂ ଅଭିଭାବକମାନଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆଲୋଚନା କାର୍ଯ୍ୟକ୍ରମ ପରୀକ୍ଷା ପେ ଚର୍ଚ୍ଚାର ସପ୍ତମ ସଂସ୍କରଣ ଅନୁଷ୍ଠିତ ହେବ। ଏହି କାର୍ଯ୍ୟକ୍ରମ ସକାଳ ୧୧ଟାରୁ ପ୍ରଗତି ମଇଦାନର ଭାରତ ମଣ୍ଡପମରେ ଆରମ୍ଭ ହେବ। 


୨-ଅଯୋଧ୍ୟା ପରେ ରାଜସ୍ଥାନର ପାଲି ଜିଲ୍ଲାର ଜାଡନ ଆଶ୍ରମରେ ଫେବ୍ରୁଆରି ୧୯ରେ ଓଁ ଆକୃତିର ମନ୍ଦିରର ହେବ ଉଦଘାଟନ l ଶିବଙ୍କ ପ୍ରାଣପ୍ରତିଷ୍ଠା ପାଇଁ ଫେବ୍ରୁଆରି ୧୦ରୁ ୧୯ ତାରିଖ ପର୍ଯ୍ୟନ୍ତ କାର୍ଯ୍ୟକ୍ରମ ଚାଲିବ।


୩-ପୁଣି ବଢିଲା BSKY- ନବୀନ କାର୍ଡ ପଞ୍ଜୀକରଣ ଅବଧି । ଫେବ୍ରୁଆରୀ ୮ତାରିଖ ଯାଏଁ ଆବେଦନ ଅବଧି ବଢାଯାଇଛି। କୌଣସି ବି ଯୋଗ୍ୟ ହିତାଧିକାରୀ ଯେପରି ଏହି କାର୍ଡ ପାଇବାରୁ ବଞ୍ଚିତ ନହେବେ, ତାହାକୁ ଆଖି ଆଗରେ ରଖି ଏହି ନିଷ୍ପତ୍ତି ନିଆଯାଇଛି। 

୪-ଏଥିର ଖଣ୍ଡଗିରିସ୍ଥିତ ମା’ ବାରଭୁଜା ପୀଠରେ ସର୍ବଭାରତୀୟ ସାଧୁସନ୍ଥ ସମ୍ମିଳନୀ ତରଫରୁ ଫେବ୍ରୁଆରି ୧୬ ତାରିଖରୁ ୨୪ ତାରିଖ ପର୍ଯ୍ୟନ୍ତ ‘ସମ୍ପୂର୍ଣ୍ଣ ଖଣ୍ଡଗିରି କୁମ୍ଭମେଳା- ୨୦୨୪’ ଅନୁଷ୍ଠିତ ହେବ l



୫-ଓଡିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଆସନ୍ତା ଶନିବାର ସମ୍ବଲପୁରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି IIMର ସ୍ଥାୟୀ କ୍ୟାଂପସର ଉଦଘାଟନ କରିବେ l



୬-UGC ପକ୍ଷରୁ ବାହାରିଲା ନୂଆ ଡ୍ରାଫ୍ଟ ଗାଇଡଲାଇନ୍ l ଏଣିକି SC, ST, OBC ପ୍ରାର୍ଥୀ ନ ମିଳିଲେ ସାଧାରଣ ବର୍ଗଙ୍କ ଦ୍ୱାରା ଉଚ୍ଚ ଶିକ୍ଷାନୁଷ୍ଠାନର ପଦ ପୂରଣ କରାଯିବ l


୭-ଶେଷହେଲା ଚଳଚ୍ଚିତ୍ର ଜଗତର ସବୁଠାରୁ ଲୋକପ୍ରିୟ ପୁରସ୍କାର ଶୋ ‘ଫିଲ୍ମଫେୟାର ପୁରସ୍କାରର l ବାଜି ମାରିଲା ଫିଲ୍ମ ସାମ ବାହାଦୂର l ଏହା ତିନୋଟି ପୁରସ୍କାର ଜିତିଛି l


୮-ଧନୀ ତାଲିକାରେ ଦ୍ବିତୀୟ ସ୍ଥାନକୁ ଖସିଲେ ଟେସ୍‌ଲା ସିଇଓ ଏଲନ୍ ମସ୍କ l ବିଶ୍ବର ସବୁଠୁ ବଡ଼ ଧନୀ ମୁକୁଟକୁ ଏଲ୍‌ଭିଏଚ୍‌ଏମ୍‌ର ମୁଖ୍ୟ ବର୍ନାର୍ଡ ଆର୍ନଲ୍ଟ ଛଡ଼ାଇ ନେଇଛନ୍ତି। ଏଲ୍‌ଭିଏଚ୍‌ଏମ୍‌ ହେଉଛି ଫ୍ରାନ୍ସର ଏକ କମ୍ପାନି ଲୁଇ ଭୁଟନ୍ ଭଳି ବିଶ୍ବସ୍ତରୀୟ ଲକ୍‌ଜୁରି ବ୍ରାଣ୍ଡ୍‌ ପରିଚାଳନା କରୁଥିବା କମ୍ପାନି। 


୯-କେନ୍ଦୁଝର ଜିଲ୍ଲାରେ ୧୩ହଜାର ୩୧୦ କୋଟି ଟଙ୍କାର ବିକାଶମୂଳକ କାର୍ଯ୍ୟ ଜାରି ରହିଛି । ମା ତାରିଣୀ ମନ୍ଦିରର ରୂପାନ୍ତରଣ ପାଇଁ ୫୦ କୋଟି ଟଙ୍କା ମଂଜୁର କରିଛନ୍ତି ମୁଖ୍ୟମନ୍ତ୍ରୀ ।ଅନ୍ୟ ଜିଲ୍ଲା ପାଇଁ ଏହା ଇର୍ଷଣୀୟ ହୋଇପାରେ। ଏ ନେଇ ଗତକାଲି କେନ୍ଦୁଝର ସିଲସୁଆଁରେ ୫ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ଦେଲେ ସୂଚନା l


୧୦-ନୀତୀଶ କୁମାର ନବମଥର ପାଇଁ ବିହାରର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କଲେ, ରାଜ୍ୟପାଳ ରାଜେନ୍ଦ୍ର ବିଶ୍ୱନାଥ ଆର୍ଲେକର ତାଙ୍କୁ ଶପଥ ଗ୍ରହଣ କରାଇଲେ l


୧୧-କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ୍‌ଗେଙ୍କ ଆଜି ଦିନିକିଆ ଓଡ଼ିଶା ଗସ୍ତକୁ ନେଇ ରାଜ୍ୟ କଂଗ୍ରେସ ନେତାଙ୍କ ଠାରୁ କର୍ମୀ ପର୍ଯ୍ୟନ୍ତ ବେଶ୍‌ ଉତ୍ସାହିତ l ସେ ଆଜି ପୂର୍ବାହ୍ନ ୧୧ଟା ୪୫ରେ ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିବା ପରେ ସେଠାରୁ ଏକ ବିଶାଳ ଶୋଭାଯାତ୍ରାରେ ଲୋୟର ପିଏମ୍‌ଜି ପର୍ଯ୍ୟନ୍ତ ଅଣାଯିବ।


୧୨-ବିବାହ ବନ୍ଧନରେ ବାନ୍ଧି ହେଲେ ଓଡ଼ିଆ ଚେସ୍ ତାରକା ପଦ୍ମିନୀ ରାଉତ l ରାଜଧାନୀ ଭୁବନେଶ୍ୱରରେ ହିନ୍ଦୁ ବୈଦିକ ରୀତିନୀତିରେ ତାଙ୍କର ବିବାହ ସମ୍ପନ୍ନ ହୋଇଛି। 


୧୩-କେନ୍ଦ୍ର ଔଷଧ ଅନୁସନ୍ଧାନ ସଂସ୍ଥାନ (ସିଡିଆରଆଇ)ର ପୂର୍ବତନ ନିର୍ଦ୍ଦେଶକ ଏବଂ ଦେଶର ପ୍ରଥମ ଗର୍ଭ ନିରୋଧକ ଟାବଲେଟ ‘ସହେଲୀ’ ତିଆରି କରିଥିବା ବୈଜ୍ଞାନିକ ପଦ୍ମଶୀ ଡା. ନିତ୍ୟା ଆନନ୍ଦଙ୍କ ହେଲା ପରଲୋକ। ସେ ଦୀର୍ଘ ଦିନରୁ ଅସୁସ୍ଥ ଥିଲେ। ମୃତ୍ୟୁବେଳକୁ ତାଙ୍କୁ ୯୯ ବର୍ଷ ହୋଇଥିଲା।


୧୪-ସୁପ୍ରିମକୋର୍ଟ ବିଲ୍ଡିଂର ହେବ ସମ୍ପ୍ରସାରଣ, ୮୦୦ କୋଟି ଟଙ୍କାର ମଞ୍ଜୁରୀ l ସୁପ୍ରିମକୋର୍ଟର 75 ତମ ବାର୍ଷିକୀ ଅବସରରେ ଆୟୋଜିତ ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ସୂଚନା ଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। 


୧୫-ଗୁଜରାଟର କଚ୍ଛ ଜିଲ୍ଲାରେ ଅନୁଭୂତ ହେଲା ଭୂକମ୍ପ । ରିଚର ସ୍କେଲରେ ଭୂକମ୍ପର ତୀବ୍ରତା ୪.୦ ରହିଛି। ଭୂକମ୍ପର କେନ୍ଦ୍ରସ୍ଥଳ କଚ୍ଛ ଜିଲ୍ଲାର ଭାଚାଉରେ। 


୧୬-ମାଳଦ୍ୱୀପ ସଂସଦ ଭିତରେ ହେଲା ଖଣ୍ଡଯୁଦ୍ଧ, ହାତାହାତି ହେଲେ ବିରୋଧୀ-ଶାସକ ସାଂସଦ l ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।


୧୭-ସିଲିଗୁଡି ପହଞ୍ଚିଲା ନ୍ୟାୟ ଯାତ୍ରା, ବେଙ୍ଗଲରେ ଲୋକଙ୍କଠୁ ଭଲପାଇବା ମିଳୁଛି କହିଲେ ରାହୁଲ  ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଅନୁସାରେ ଯାତ୍ରା ୩୧ ଜାନୁୟାରୀ ଦିନ ମାଲଦା ରାସ୍ତାରେ ପୁଣି ପଶ୍ଚିମବଙ୍ଗକୁ ପ୍ରବେଶ କରିବ।


୧୮-ଇଂଲଣ୍ଡ ବିପକ୍ଷ ପାଞ୍ଚ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚରେ ଭାରତ ପରାଜୟର ହେଲା ସମ୍ମୁଖୀନ l ମ୍ୟାଚର ଚତୁର୍ଥ ଦିନରେ ଇଂଲଣ୍ଡ ଦଳ ୨୮ ରନରେ ଏହି ମ୍ୟାଚ ଜିତିଥିଲା। 


୧୯-ତାମିଲନାଡୁରେ ଚାଲିଥିବା ଖେଲୋ ଇଣ୍ଡିଆ ୟୁଥ୍ ଗେମ୍‌ସ ୨୦୨୪ରେ ରିଲାଏନ୍ସ ଫାଉଣ୍ଡେସନର ଯୁବ କ୍ରୀଡ଼ାବିତମାନେ ଦୌଡ଼କୁଦ କ୍ରୀଡ଼ାରେ ୩ଟି ସ୍ୱର୍ଣ୍ଣ, ୨ଟି ରୌପ୍ୟ, ଗୋଟିଏ କାଂସ୍ୟ ଏବଂ ବାଳକ ଇଭେଣ୍ଟ ଚମ୍ପିଆନସିପରେ ଗୋଟିଏ ରୌପ୍ୟ ପଦକ ସମେତ ୬ଟି ପଦକ ଜିତି ଇତିହାସ କଲେ ସୃଷ୍ଟି 


୨୦-ଶ୍ରୀଲଙ୍କା କ୍ରିକେଟରଙ୍କ ପାଇଁ ଖୁସି ଖବର। ଶ୍ରୀଲଙ୍କା କ୍ରିକେଟ୍‌ରୁ ନିଲମ୍ବନ ହଟାଇଲା ଆନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ଆଇସିସି)। ଗତ ବର୍ଷ ନଭେମ୍ବରରେ ସରକାରୀ କାର୍ଯ୍ୟରେ ହସ୍ତକ୍ଷେପ ହେତୁ ଆଇସିସି ଶ୍ରୀଲଙ୍କା କ୍ରିକେଟକୁ ନିଲମ୍ବିତ କରିଥିଲା।